ଅସଂଯତ ଅବସ୍ଥାକୁ ବିରୋଧ କରି ଲହୁଲୁହାଣ ହେଲେ ଯୁବକ

ଅାଠମଲ୍ଲିକ(LR NEWS:15/06/2020):
ଅସଂଯତ ଅବସ୍ଥାକୁ ବିରୋଧ କରିବା ପଡିଲା ମହଙ୍ଗା । ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେଲେ ତୃତୀୟ ବ୍ୟକ୍ତି |ଏଭଳି ଏକ ଘଟଣା ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା, ବଡହୁଲା ନର୍ସରୀ ନିକଟରେ ଘଟିଛି । ବଡହୁଲା ଗ୍ରାମର ଅଜିତ ଦେହୁରୀ ନାମକ ଜଣେ ଯୁବକ ମୋବାଇଲରେ କଥା ହେଉଥିବା ବେଳେ ନର୍ସରୀ ପାଖରେ ଥିବା ଏକ ଘରର ପଛ ପାଖରେ ନଜର ପଡିଥିଲା ।ଘର ପଛ ପାଖରେ ଜଣେ ନାବାଳିକା ସହ ଜଣେ ଯୁବକ ଅସଂଯତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ଅଜିତ । ଏହି ସବୁ କାର୍ଯ୍ୟକଳାପକୁ ବିରୋଧ କରିବାରୁ ଘଟଣା ସ୍ଥଳରୁ ଫେରାର ହୋଇଯାଉଥିଲେ ଯୁବକ ଓ ନାବାଳିକା । ଯୁବକ ଜଣକ ବାଇକରେ ଫେରାର ହୋଇଯାଇଥିବା ବେଳେ, ନାବାଳିକାଙ୍କୁ ଅଟକାଇ ବୁଝାଇଥିଲେ  ଅଜିତ ଓ ଅନ୍ୟଜଣେ ବ୍ୟକ୍ତି । କିନ୍ତୁ ଏହିସବୁ ଘଟଣାକୁ କେନ୍ଦ୍ରକରି କୌଣସି କଥାକୁ ନବୁଝି ନାବାଳିକାଙ୍କ  ୩ ଜଣ ସମ୍ପର୍କୀୟ ଅତର୍କିତ ଭାବେ ଆକ୍ରମଣ କରି ପଥରରେ ମୁଣ୍ଡକୁ ଛେଚି ଅଜିତଙ୍କୁ ଲହୁଲୁହାଣ କରିଦେଇଥିଲେ | ଆକ୍ରମଣ କରିଥିବା ୩ ଜଣ ଯୁବକ ନୁନୁକାପଶି ପଞ୍ଚାୟତ ଶାଳବଣି ସାହିର ନାରାୟଣ ବେହେରା, ଚିକୁ ବେହେରା ଓ ଟୁକୁ ବେହେରା ବୋଲି ଅଜିତ କହିଛନ୍ତି |

Comments (0)
Add Comment