କୋଦଳା ରେ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ମୃତ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୨.୦୬.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର ୧୦ ବିଶୋୟୀ ସାହିର ଶ୍ରୀନିବାସ ପଣ୍ଡା (୫୦)ଙ୍କ ଦିନ ୧୦.୩୦ ମିନଟ ସମୟରେ ଘର ଛାତ ଉପରେ ଦେଇ ଯାଇଥିବା ୧୧ କେ ଭି ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ମୃତ୍ଯ ବରଣ କରିଛନ୍ତି ବୋଲି ତାଙ୍କ ସ୍ତ୍ରୀ ମନାସ ପଣ୍ଡା ଏ ନେଇ କୋଦଳା ଥାନା ରେ ଏକ ଲିଖିତ ଏତଲା ଦାଏର କରିଛନ୍ତି । ଘଟଣା ରୁ ପ୍ରକାଶ ଯେ ଶ୍ରୀନିବାସ ଲୁଗା ସୁଖେଇବା ପାଇଁ ଛାତ ଉପରକୁ ଯାଇଥିବା ବେଳେ ତାଙ୍କ ଘର ଛାତ ଉପରେ ଦେଇ ଯାଇଥିବା ବିଦ୍ୟୁତ୍ ତାର ଉପରେ ଏକ ମାଙ୍କଡ଼ ଟିଏ ବସିଥିଲା ହଠାତ୍ ଶ୍ରୀନିବାସ କୁ ଦେଖି ମାଙ୍କଡ଼ ଟି ଡେଇଁ ପଡ଼ିଥିଲା । ଏହି ସମୟରେ ବିଦ୍ୟୁତ୍ ତାର ଶ୍ରୀନିବାସ ଙ୍କ ସସ୍ପର୍ଶରେ ଆସି ସେ ମୃତ୍ୟୁବରଣ କରିଥିବା ପ୍ରକାଶ ପାଇଛି । ସଙ୍ଗେ ସଙ୍ଗେ ଶ୍ରୀନିବାସ ଙ୍କୁ କୋଦଳା ଡାକ୍ତର ଖାନା କୁ ନିଆ ଯାଇଥିଲା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଶୋୟୀ ସାହି ବାସିନ୍ଦା ଏବଂ ସ୍ଥାନୀୟ କିଛି ବୁଦ୍ଧିଜିବୀ ଙ୍କ କହିବା ମୁତାବକ ଉକ୍ତ ବିଦ୍ୟୁତ ତାର ହଟାଇବା ପାଇଁ ବିଦ୍ୟୁତ୍ ବିଭାଗ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ ସେମାନଙ୍କ ମନ ମୁଖୀ କାର୍ଯ୍ୟ ପାଇଁ ଏମିତି ନିରୀହ ବ୍ୟକ୍ତି ଙ୍କ ଜୀବନ ଯାଉଛି ।

ଏଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବା ସହ ଶ୍ରୀ ନିବାସ ପରିବାରକୁ ଆର୍ଥିକ ସହାୟତା ପାଇଁ ଦାବୀ କରିଛନ୍ତି ।ଏହି ସାହିର ଜଣେ ମହିଳା କିଛିଦିନ ପୂର୍ବ ରୁ ମଧ୍ଯ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ବର୍ତ୍ତମାନ ଘରେ ଚିକିସ୍ଥାଧିନ ଅବସ୍ଥା ରେ ଅଛନ୍ତି ।ଆଜି ର ଏହି ଘଟଣା ନେଇ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଙ୍କ ସହ ଯୋଗ ଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହେ।ଇ ନଥିଲା ।

Comments (0)
Add Comment