ନିଆରା ମଣିଷ ଦୋଳ ଗୋବିନ୍ଦ ଦଳେଇ।

ଅନୁଗୁଳ (LR NEWS ବାସୁଦେବ) ସମଗ୍ର ଦେଶରେ କରୋନାର ପ୍ରଭାବ ରେ ସରକାରଙ୍କର ସମସ୍ତ କରୋନା ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ର ଶିକ୍ଷା ବିଭାଗ ଘୋର ପ୍ରଭାବିତ ହୋଇଛି।ଫଳରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇ ଯିବାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଦାନ ପାଇବାରୁ ବଞ୍ଚିତ ହେଉଛନ୍ତି। କିଭଳି ଭାବେ ଛାତ୍ରଛାତ୍ରୀ ମାନେ ଶିକ୍ଷା ପାଇବେ ସେଥିପାଇଁ ଶିକ୍ଷା ବିଭାଗ ଏକ ଯୋଜନା ତିଆରି କଲେ କି ଅନଲାଇନ ମାଧ୍ୟମରେ ଶିକ୍ଷା ଦାନ କରିବା ପାଇଁ ଯାହାକି ହ୍ଵାଟ୍ସଆପ ମାଧ୍ୟମରେ ଛାତ୍ର ଆଉ ଶିକ୍ଷକ ଙ୍କୁ ଯୋଡି ଗ୍ରୁପ ତିଆରି କରାଗଲା।

କିନ୍ତୁ ଏହା ଦେଖାଗଲା ଯେ କେବଳ ସହରାଞ୍ଚଳ ବ୍ୟତୀତ ଅନ୍ୟ ଗ୍ରାମାଞ୍ଚଳ ତଥା ନିଗମ ପାହାଡିଆ ଅଞ୍ଚଳରେ କାର୍ଯ୍ୟକ୍ରମ ନାହିଁ କାହିଁକି ନା କେଉଁଠାରେ ଇଣ୍ଟରନେଟ ନାହିଁ ତ କେଉଁଠି ଅଭିଭାବକ ଙ୍କ ଠାରେ ମୋବାଇଲ ନାହିଁ।ଠିକ ସେହିପରି ଅନୁଗୋଳ ଜିଲ୍ଲ‍ା ଅନ୍ତୁଳିଆ ଗ୍ରାମଟି ଏକ ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ଏଠାରେ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଏଣୁ ଏତିକି ବେଳେ ଅନ୍ତୁଳିଆ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଦୋଳ ଗୋବିନ୍ଦ ଦଳେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବାଦ ଯୋଗାଡ଼ କରି ବାଣ୍ଟିବା ସହ କରୋନା ସମ୍ପର୍କିତ ବାର୍ତା ଦେଇଥିଲେ। ଆଉ ମଧ୍ୟ ଗତ ୨୫ ତାରିଖରେ ଅନୁଗୋଳ କୁ ଟ୍ରେନ ମାଧ୍ୟମରେ ପ୍ରବାସୀ ଓଡ଼ିଆ ଆସୁଥିବାରୁ ବିଭାଗୀୟ କର୍ମକର୍ତ୍ତା ଙ୍କ ନିର୍ଦ୍ଧେଶ ମୁତାବକ ଶିକ୍ଷକ ଦଳେଇ ୧୧ ନଂ ରେଜିଷ୍ଟ୍ରେସନ କାଉଣ୍ଟର ରେ କାର୍ଯ୍ୟ କରିବା ସହିତ ସହଯୋଗ ର ହାତ ବଢାଇଥିଲେ।

Comments (0)
Add Comment