ଗଞ୍ଜାମ( LR NEWS ଟୁକୁନା ପ୍ରଧାନ ୭ .୬.୨୦୨୦) – : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ୧୦ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ ସଂଗରୋଧ କେନ୍ଦ୍ରରେ ଥିବା ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି।ବାଦପଲ୍ଲୀ ପଞ୍ଚାୟତର ଘୋଡ଼ାପଡ଼ା, ସିଆଳିପାଟ, କୁରୁମପୁର,ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ, ଠାକୁରାଣି ସାହି, ବା ସାନ ବାଳା, ଦେବୀଝର ,ନୂଆପଲ୍ଲୀ, ଛକାସିଂ, ଆଦି ୯ଟି ଗାଁକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।ଏହାଛଡ଼ା ଏହି ଦୁଇ ପଞ୍ଚାୟତ ର ସଂଲଗ୍ନ ୨୨ଟି ଗାଁକୁ ମଧ୍ୟ ବଫର ଜୋନ୍ ଘୋଷଣା କରିଛନ୍ତି । ସେହିପରି ଆୟତପୁର ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ କାର୍ଯ୍ୟରତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଚାୟତର ବିରିପୁର ଗାଁକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।