କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କଲା ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ଫାଉଣ୍ଡେସନ ।

ଖୋର୍ଦ୍ଧା। ( LR NEWS ବାସୁଦେବ ମୁଦୁଲି /ତା.୬/୦୬.) ମହାମାରୀ କରୋନାକୁ ମୁକାବିଲା କରିବାରେ ଯେଉଁ ଯୋଦ୍ଧାମାନେ ତୃଣମୂଳ ସ୍ତରରେ ନିଜ ଜୀବନକୁ ବାଜିଲଗାଇ ନିଜର ସେବାକୁ ବ୍ରତଭାବେ ଧରିନେଇଛନ୍ତି, ବାସ୍ତବିକ୍ ସେମାନେ ପ୍ରଶଂସନୀୟ। ସେ ଆଶାକର୍ମୀ ହେଉ ଅଥବା ଅଙ୍ଗନୱାଡିକର୍ମୀ ହେଉ ଅବା ସ୍ବାସ୍ଥ୍ଯକର୍ମୀ ହୁଅନ୍ତୁ ଏପରିକି ସଫେଇ କର୍ମଚାରୀମାନେ ମଧ୍ୟ କରୋନାଯୁଦ୍ଧରେ ପ୍ରକୃତ ଯୋଦ୍ଧାଭାବେ ଅବତୀର୍ଣ୍ଣ ହୋଇଛନ୍ତି।

ଏହିମର୍ମରେ ଖୋର୍ଦ୍ଧା ନୀଳକଣ୍ଠ ଫାଉଣ୍ଡେସନ ତରଫରୁ ଗତକାଲି ସ୍ଥାନୀୟ ଖୋର୍ଦ୍ଧା ରେ ଅଙ୍ଗନୱାଡିକର୍ମୀ,ଆଶାକର୍ମୀ ଏବଂ ସ୍ବାସ୍ଥ୍ଯକର୍ମୀମାନଙ୍କୁ ସେମାନଙ୍କର ନିଃସ୍ବାର୍ଥପର ଓ ନିରବଛିନ୍ନ ସେବାପାଇଁ ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ଫାଉଣ୍ଡେସନ ଖୋର୍ଦ୍ଧା ତଫରୁ ଆଜି ଜିଲ୍ଲାପାଳ ସିତାଂସୁ କୁମାର ରାଉତ, ଏସପି ଅଜେୟ ପ୍ରତାପ ସ୍ୱାଇଁ, ଅତିରିକ୍ତ ଏସପି କୃତିବାସ ଜେନା, ଏଡ଼ିପିଓ ସୁଶିଲ ମିଶ୍ର, ଟାଉନ୍ ଆଇଆଇସି ଉମାକାନ୍ତ ସିଂ, ଅତିରିକ୍ତ ଆଇଆଇସି ଆର୍ତ୍ତତ୍ରାଣ ନନ୍ଦ, ବାଘମାରି ଥାନା ଅଧିକାରୀ ପ୍ରଣିତା ପଟ୍ଟନାୟକ ଓ ଅନ୍ୟମାନଙ୍କୁ କରୋନା ଯୋଦ୍ଧା ଭାବେ ଫାଉଣ୍ଡେସନ ର ସଭାପତି ଶ୍ରୀଯୁକ୍ତ ଶିବ ନାରାୟଣ ମିଶ୍ର, ଆଇନଜୀବୀ ଶିଶିର ପରିଡ଼ା, ମନ୍ମଥ ମିଶ୍ର, ମାନସ ରଞ୍ଜନ ପଟ୍ଟନାୟକ, ପ୍ରହଲ୍ଲାଦ ବାରିକ, ବରିଷ୍ଠ ସାମ୍ବାଦିକ ତପନ ନାୟକ, ଓ ମନୋଜ ଦାସ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ।ଉପଢୌକନ,ସାନିଟାଇଜର୍ ଓ କୃତଜ୍ଞତାପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment