ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୩.୦୬.୨୦୨୦) – :ବର୍ତ୍ତମାନ ପଞ୍ଚାୟତ ସ୍ତରରେ କରୋନା ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି ଯାହା ଫଳରେ ଲୋକଙ୍କ ପାଇଁ ଏହା ଏବେ ସଚେତନତା ସୃଷ୍ଟି କରାଇବା ପାଇଁ ବାଧ୍ୟ କରିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ବୁରୁଝରି ପଞ୍ଚାୟତରେ ୩ଦିନ ଭିତରେ ୫ ଜଣଙ୍କୁ କୋଭିଡ଼ ହସ୍ପିଟାଲକୁ ନେବା ପରେ ଗତକାଲି ସନ୍ଧ୍ୟା ୫.୩୦ ମି ସମୟ ଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସରପଞ୍ଚ କସ୍ତୁରୀ ପରିଡା ପଞ୍ଚାୟତର ସମସ୍ତ ଗ୍ରାମକୁ ସଟଡାଉନ୍ ଘୋଷଣା କରିଛନ୍ତି ।
ଲୋକଙ୍କୁ ସଚେତନ କରାଇବା ସହ ୭ ଦିନ ପାଇଁ ଅତ୍ୟାବଶ୍ୟକ ସମାଗ୍ରୀ କିଣି ମହଜୁଦ ରଖିବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।ଏହି ପଞ୍ଚାୟତ ଅଧୀନରେ ବୁରୁଝରି, ପି. ନୁଆଗାଁ, କନିଅlରବାଡ଼ି, ପ୍ରଭୃତି ଗାଁ ଆସୁଥିବା ବେଳେ ସମସ୍ତ ଗ୍ରାମରେ ଏହି ସଟଡାଉନ୍ କଡାକଡି ଭାବେ ପାଳନ ହେବ ବୋଲି ସେ ପ୍ରକାଶ କରିଛନ୍ତି । ୫ ଜଣଙ୍କ ମଧ୍ୟରୁ ୪ ଜଣ ବୁରୁଝରି ଓ ଜଣେ ନୂଆଗାଁ ର ବୋଲି ଜଣାପଡିଛି ।