ବରମୁଣ୍ଡା ଠାରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଧାରଣା ଓ ବିକ୍ଷୋଭ।

ଭୁବନେଶ୍ୱର ( LR NEWS ଟୁକୁନା ପ୍ରଧାନ , ୦୧.୦୬.୨୦୨୦) – : ଆଜି ଭୁବନେଶ୍ଵର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଓଡିଶା ମୋଟର ଚାଳକ ସଂଘ ଭୁବନେଶ୍ଵର ମହାନଗର ନିଗମ ଶାଖା ପକ୍ଷରୁ ଧାରଣା ଓ ବିକ୍ଷୋଭ ରେ ବସିଥିଲେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନେ । କୋଭିଡ୍ – ୧୯ ର ଅସୁବିଧା ପାଇଁ ୩ ମାସ ର କ୍ଷତିପୂରଣ ସହ ୫୦ ଲକ୍ଷ ଟଙ୍କା ର ବୀମା ଦାବୀ କରି ସଂଘ ପକ୍ଷରୁ ଧାରଣାରେ ବସିଥିଲେ କର୍ମଚାରୀ ମାନେ । ପରେ ଏମାନଙ୍କୁ ସମର୍ଥନ କରି ଧାରଣାରେ ବସିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ।

Comments (0)
Add Comment