ଗଞ୍ଜାମ , ( LR NEWS ୩୧. ୦୫. ୨୦୨୦ ) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ର ବେଲ ଝରି ଗ୍ରାମରେ ବେଆଇନ୍ କରତ କଳ ଚାଲିଥିବା ର କୌଣସି ସୂତ୍ରରୁ ଖବର ପାଇ ଆଜି ବନବିଭାଗ ପକ୍ଷରୁ ଚଢାଉ କରାଯାଇ କରତ କଳ ସହ ବ୍ୟାପକ ପରିମାଣର ପଟା ଓ କାଠ ଗଣ୍ଡି ଜବତ ହୋଇଥିବାର ଖବର ମିଳିଛି ।
ଏହି ଚଢାଉ ରେ ବ୍ରହ୍ମପୁର ଡିଭିଜିନାଲ ଡି ଏଫ୍ ଓ ଅମ୍ଳାନ ନାୟକ, ଏ ସି ଏଫ୍ ଅଶୋକ କୁମାର ବେହେରା, ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ମାଜିଷ୍ଟ୍ରେଟ ଦାୟିତ୍ଵ ରେ ଥିବା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢୀ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସମେତ ୪ ଗୋଟି ଫରେଷ୍ଟ ରେଞ୍ଜ୍ ଯଥା ଦିଗପହଣ୍ଡି, ପୋଲସରା , ଛାମୁଟିଆ ପଲ୍ଲୀ, ଖଲ୍ଲିକୋଟ ର ବହୁ କର୍ମକର୍ତ୍ତା, ପୋଲିସ୍ ବିଭାଗର କର୍ମକର୍ତ୍ତା ମାନେ ସାମିଲ୍ ଥିଲେ । ଖବର ଲେଖା ସୁଦ୍ଧା ଚଢାଉ ଜାରିରହିଛି ।