ଗଞ୍ଜାମ ( LR NEWS ଟୁକୁନା ପ୍ରଧାନ, ୨୯.୦୫.୨୦୨୦) – : ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାୟତ ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଏକପ୍ରବାସୀ ଓଡିଆଙ୍କ ଟଙ୍କା, ମୋବାଇଲ ଚୋରି ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ସୂଚନାନୁସାରେ ଗୁରୁବାର ରାତିରେ ନୁଆଁପଲ୍ଲୀ ଗ୍ରାମର ଝଡିଆ ଗୌଡ଼ ସୁରତ ରୁ ଫେରିଥିଲେ । ପରେ ତାଙ୍କୁ କ୍ୱାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା । ସକାଳୁ ସେ ଉଠିବା ବେଳକୁ ତାଙ୍କ ୩୦ ହଜ଼ାର ଟଙ୍କା, ଗୋଟିଏ ଫୋନ ଓ ବ୍ୟାଗ୍ ଚୋରି ହୋଇଥିବା ଦେଖିଥିଲେ । ଚୋରି ହୋଇଥିବା ଉକ୍ତ ଵ୍ୟାଗରେ ବ୍ୟାଙ୍କ ଖାତା, ଏଟିଏମ କାର୍ଡ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ରହିଥିଲା । ପରେ ଏହି ଘଟଣାକୁ ନେଇ କେନ୍ଦ୍ର ର ପରିଚାଳକ କୁ କହିବା ସହ ପୋଲିସ କୁ ଅବଗତ କରିଥିଲେ । ଘଟଣାର ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଉକ୍ତ କେନ୍ଦ୍ର ରେ ୧୬ ଜଣ ପ୍ରବାସୀ ରହୁଥିବା ଜଣାପଡିଛି ।