ଅଙ୍ଗାରଗାଁ ସରପଞ୍ଚଙ୍କ ପିତୃ ବିୟୋଗ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୧.୦୫.୨୦୨୦) :- ଆଜି ଭୋର ୩ ଟା ସମୟରେ ଅଙ୍ଗାରଗାଁ ସରପଞ୍ଚ ସରୋଜ କୁମାର ସାହୁଙ୍କ ବାପା ରମେଶ ଚନ୍ଦ୍ର ସାହୁଙ୍କ ପରଲୋକ ହୋଇଯାଇଛି । ସେ ଜଣେ ସମାଜ ସେବୀ ସହ ପରୋକ୍ଷ ରାଜନୀତିରେ ଜଡିତ ଥିଲେ । ଏହା ସହ ସେ ଅଙ୍ଗାରଗାଁ ସେବା ସମବାୟ ସମିତି ର ପୂର୍ବତନ ସଭାପତି ଥିଲେ । ସେ ଏକ ମାସ ହେବ ଶଯ୍ୟାଶାୟି ଥିଲେ । ମୃତ୍ୟୁ ବେଳେକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ ତଥା ମିଷ୍ଟଭାଷୀ ମଣିଷ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ବୋହୂ, ଝିଅ, ଜ୍ୱାଇଁ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ବହୁ ଲୋକ ଆସି ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀର କୁ ସାମାଜିକ ଦୂରତ୍ୱ ରକ୍ଷାକରି ଏକ ପଟୁଆରରେ ଗ୍ରାମ ପରିକ୍ରମା କରି ନିଜ ତୋଟା ରେ ସଂସ୍କାର କରାଯାଇଥିଲା ।ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment