ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୦.୦୫.୨୦୨୦) – : କରୋନା ଭାଇରସ ର ଭୟଭୟତା ପାଇଁ ସାରା ଦେଶ ଲକ୍ ଡାଉନ ସାଙ୍ଗକୁ ଲୋକଙ୍କ ଜୀବନ ଜୀବିକା ମଧ୍ଯ ପ୍ରଭାବିତ ହୋଇଛି ।ଫଳରେ ବହୁ ଅସହାୟ, ନୀରିହ ଲୋକ ଖାଇବା କୁ ମଧ୍ଯ ପାଉ ନାହାଁନ୍ତି । କିଛି ବଦାନ୍ୟ ବ୍ୟକ୍ତି ବିଶେଷ ଓ ସ୍ଵେଚ୍ଛାସେବୀ ସଂଗଠନ ମାନେ ଲୋକମାନଙ୍କୁ ନିଜର ସାମର୍ଥ୍ୟ ମୁତାବକ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରି ମାନବିକତାର ପରିଚୟ ପ୍ରଦାନ କରୁଛନ୍ତି ।
ଏଭଳି ସ୍ଥିତିରେ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ର ହିଲ୍ ପାଟଣା ଅଞ୍ଚଳରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାଥୀ କାହ୍ନୁ ଚରଣ ପତି ଙ୍କ ଦ୍ଵାରା ବହୁ ପରିବାର କୁ ଶୁଖିଲା ଖାଦ୍ୟ ଯଥା ଚାଉଳ, ଡାଲି, ଚୁଡା ଇତ୍ଯାଦି ପ୍ରଦାନ କରିଥିଲେ । ଏଥିରେ ବିଜେପି ରାଜ୍ୟ ସମ୍ପାଦକ ଏନ୍. ରାଜେନ୍ଦ୍ର କୁମାର, ଯୁବନେତା ଆଲୋକ କୁମାର ଶତପଥୀ, ବିଜେପି ଗଞ୍ଜାମ ଜିଲ୍ଳା ସାଧାରଣ ସମ୍ପାଦକ ବିକାଶ କୁମାର ପାଣିଗ୍ରାହୀ ସମେତ ଅନ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।