ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୦.୦୫.୨୦୨୦) – : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତ ହନ୍ସତୁଳି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ବେଣୁ ନାୟକ ଙ୍କ ୧୫ବର୍ଷର ପୁଅ ପିଣ୍ଟୁ ନାୟକ, ଗତକାଲି ସକାଳେ ଘର ବାହାରେ ସେ ପରିସ୍ରା କରୁଥିବା ବେଳେ ହଠାତ୍ ଏକ ନାଗସାପ ତା ଗୋଡ଼ କୁ କାମୁଡି ଦେଇଥିଲା । ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ପରିବାରବର୍ଗ । ସଙ୍ଗେ ସଙ୍ଗେ ପିଣ୍ଟୁ କୁ ନେଇ ସୁମଣ୍ଡଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ହେଲେ ସେଠାରେ ଡାକ୍ତର ରାଜେନ୍ଦ୍ର ପ୍ରଧାନ ପ୍ରାଥମିକ ଚିକିସ୍ଥା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ରେଫର୍ କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା, ଶବ ବ୍ୟବଚ୍ଛେଦ ପରେ ଗାଁ କୁ ଆଣି ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୃତକ ଙ୍କ ପିତା ଜଣେ ଗରିବ ଲୋକ ହେତୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।