ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, 19. 5. 2020 ) -: ଗତ 8 ତାରିଖରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ପରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ବଢି ଚାଲିଛି । ଆଜି ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ନାଏବ ସରପଞ୍ଚ ଶିବଶଙ୍କର ବାରିକ ଓ ସ୍ଵେଚ୍ଛାସେବୀ ରାମଚନ୍ଦ୍ର ବିଶ୍ଵାଳ ମଧୁପଲ୍ଲୀ ଗ୍ରାମରେ ପହଂଚି । ବିଦେଶରେ ଥିବା କେତେକ ବଦାନ୍ୟ ବ୍ୟକ୍ତି ମାନେ କିଛି ଟଙ୍କା ଶିବଶଙ୍କର ଙ୍କ ନିକଟ କୁ ପଠାଇଥିବା ବେଳେ ଉକ୍ତ ଦୁଇ ଜଣ ମଧ୍ଯ କିଛି ଟଙ୍କା ମିଶାଇ ମୋଟ 13000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ପ୍ରଫୁଲ୍ଲ ବେହେରା ସୁରଟରୁ ଆସି ଢୁଙ୍କାପଡା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ତାଙ୍କର ମୃତ୍ଯ ଘଟିଥିଲା । ଘରେ ତାଙ୍କର ବିଧବା ପତ୍ନୀ ଓ ଚାରି ଝିଅ, ବିଧବା ମା ଅଛନ୍ତି । ସହାୟତା ରାଶି ପ୍ରଦାନ ବେଳେ ମଧୁପଲ୍ଲୀ ସରପଞ୍ଚ ପ୍ରତିନିଧି ବସନ୍ତ କୁମାର କରଣ ଉପସ୍ଥିତ ଥିଲେ ।