ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୮.୦୫.୨୦୨୦) – : କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆଜି ବେଗୁନିଆପଡା ବ୍ଲକର ବିଭିନ୍ନ ସଂଗରୋଧ ଗୃହ ବୁଲି ଦେଖିଥିଲେ ।ଏହି ବ୍ଲକର ଚିଙ୍ଗୁଡ଼ିଖୋଲ,ଚନ୍ଦନପୁର, ଏସ.ଛଚିନା ,ବୁରୁଝରି, ସୁମଣ୍ଡଳ, ସାଙ୍କୁଡା ,ଷଣ୍ଢମୂଳ,ଅଙ୍ଗାରଗାଁ ,କୁମ୍ଭାରଗାଁ,ତାଳସର, ବଡଖଇରଖମା,ରାଗପୁର , ବେଗୁନିଆପଡା ଖଣ୍ଡିଆନଈ ,ମର୍ଦ୍ଦକୋଟ, ଆଦି କରୋନା କେନ୍ଦ୍ର ଗୁଡ଼ିକ ବୁଲି ଦେଖିଥିଲେ । ଏହି ସମୟରେ ସ୍ଥାନୀୟ ସରପଞ୍ଚ ,ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ଆସାକର୍ମୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ କାମକୁ ପ୍ରଶଂସା କରିଥିଲେ ।
ଏହା ପରେ ସଂଗରୋଧ ଗୃହରେ ଥିବା ପ୍ରବାସି ଓଡ଼ିଆ ମାନଙ୍କ ସହ ଆଲୋଚନା କରିବା ସହିତ ୨୧ ଦିନ ରହିବା କଷ୍ଟ ହେଲେ ମଧ୍ୟ ସରକାରଙ୍କ ନିୟମ ପ୍ରକାରେ ରହିବା ଫଳରେ ନିଜ ଜୀବନ, ପରିବାର ଓ ସମାଜର ସୁରକ୍ଷା ହୋଇପାରିବ।ଏଣୁ ସୁବିଧା ଅସୁବିଧାକୁ ନିଜର ଭାବି ଏହି ବିପର୍ଯ୍ୟସ୍ତ ସମୟରେ ପରସ୍ପର ସହଯୋଗ କରି କରୋନାର ମୁକାବିଲା କରିବାକୁ ଅନୁରୋଧ କରିଥିଲେ।ଏଥିସହିତ ଆପଣମାନେ ଏଠାରୁ ଗଲା ପରେ ହୋମ କ୍ଵରେଣ୍ଟ।ଇନିରେ ରହିବା ପରେ ନିଜ ନିଜ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ସହଯୋଗ କରିବାକୁ କହିଥିଲେ।ଏହିସମୟରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲାପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୂୟାଁ, ସରପଞ୍ଚ ହୃଷିକେଶ ମେହେଣ।,ସରୋଜ କୁମାର ସାହୁ, ସନ୍ତୋଷ କୁମାର ସାହୁ, ସମାଜସେବୀ ଗୋପବନ୍ଧୁ ସାହୁ ସମେତ ବହୁ ସରପଞ୍ଚ ମାନେ, ସମିତିସଭ୍ଯ, ସ୍ଵେଚ୍ଛାସେବୀ ପ୍ରମୂଖ ଉପସ୍ଥିତ ଥିଲେ ।