ଗଞ୍ଜାମ (LR NEWS ଟୁକୁନା ପ୍ରଧାନ, ୧୫.୦୫.୨୦୨୦) – : ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଆଜି ସେହି ସ୍ଥିତକୁ ଅନୁଧ୍ୟାନ କରିବା ପାଇଁ ୫ ଟି ସଚିବ ଭି.କେ ପାଣ୍ଡିଆନ ଗଂଜାମ ଗ୍ରସ୍ତରେ ଆସି ପୋଲସରା ସମିତି ବୈଠକ ଗୃହରେ ଜନପ୍ରତିନିଧି ସହ କୋଭିଡ଼- 19 କୁ ନେଇ ସମିକ୍ଷା କରିଥିଲେ ।
ତତ୍ ସହିତ ଓଡ଼ିଶାର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ବୁଲି ଦେଖିବା ସହ ମାରଦା ମନ୍ଦିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ ୫ ଟି ସଚିବ ପାଣ୍ଡିଆନ । ଉକ୍ତ ଗ୍ରସ୍ତରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମେତ ସ୍ଥାନୀୟ ପ୍ରଶାସନର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ସେହିପରି, ଶେରଗଡ଼, ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ଆସିକା ବ୍ଲକ ଅଞ୍ଚଳର ସ୍ଥିତି ପରଖି ଥିଲେ ପରେ ଶୀତଳାପଲ୍ଲୀ ସ୍ଥିତ କୋଭିଡ୍ ହସ୍ପିଟାଲ ବୁଲି ଦେଖିଥିଲେ ।