ଲକଡାଉନ୍ ସମୟରେ ବିଜେପି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ।

ଖୋର୍ଦ୍ଧା (LR NEWS ୧୪/୦୫). ମହାମାରୀ କରୋନା ପାଇଁ ହୋଇଥିବା ତାଲାବନ୍ଦ୍ ଯୋଗୁଁ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ସମସ୍ୟା ବେଳୁ ବେଳ ବଢିଚାଲିଛି। ଏପରିକି କାମଧନ୍ଦା ନ ମିଳିବାରୁ ନିରୀହ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ବିଭିନ୍ନ ଯାଗାରେ ଅନ୍ନଦାନ ଯୋଜନାରେ ଗରିବ ଓ ଅସହାୟ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟମାନ ବିଭିନ୍ନ ସଂଗଠନ ତରଫରୁ ବଣ୍ଟନ କରାଯାଉଅଛି।

ଏହି ଅବସରରେ ଖୋର୍ଦ୍ଧାବ୍ଳକ ନନ୍ଦପୁର ପଞ୍ଚାୟତର ଛତିପୁର ଆଦିବାସୀ ସାହିରେ ଭାରତୀୟ ଜନତା ପାର୍ଟି,ଖୋର୍ଦ୍ଧା ନିର୍ବାଚନମଣ୍ତଳୀ ତରଫରୁ ବିଧାୟକ ପ୍ରାର୍ଥୀ ଶ୍ରୀ କାଳୁ ଖଣ୍ତେଇତରାୟଙ୍କ ସହଯୋଗରେ ସ୍ଥାନୀୟ ଯୁବନେତା ବିଘ୍ନେଶ୍ବର ପରିଡାଙ୍କ ସଂଯୋଜନାରେ ପ୍ରାୟ ୨୦୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ବିଜେପି କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଶ୍ରୀରଂଜନ ମଂଗରାଜ,ମଧ୍ୟଖୋର୍ଦ୍ଧା ମଣ୍ତଳସଭାପତି ମାନସ ରଂଜନ ପଟନାୟକ,ସାଧାରଣ ସଂପାଦକ ରଂଜନ ବରାଳ,ବିଏମଏସ୍ ନେତା ଶ୍ରୀ ସର୍ବେଶ୍ବର ପରିଡା,ଯୁବନେତା କିଶୋର ବରାଳ,ପ୍ରଦୀପ୍ତ କୁମାର ରଣସିଁହ,ସୁମନ୍ତ ଶ୍ରୀଚନ୍ଦନ ଓ ସ୍ଥାନୀୟ ବୁଥ୍ ସଭାପତି ଶ୍ରୀ ଧନଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତରହି ଖାଦ୍ୟ ପରିବେଷଣ କରିଥିଲେ।

Comments (0)
Add Comment