ଗଞ୍ଜାମ, (ଟୁକୁନା ପ୍ରଧାନ, ୧୩.୦୫.୨୦୨୦) – : ଗତ ୦୮ ତାରିଖରେ ଗଞ୍ଜାମ ଜିଲ୍ଲା ରେ ପ୍ରଥମ ଥର କରି ଢୁଙ୍କାପଡା ସ୍ଥିତ ସଂଗରୋଧ କେନ୍ଦ୍ର ରେ ମୃତ୍ଯୁ ବରଣ କରିଥିବା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା ଙ୍କ ପରିବାରବର୍ଗଙ୍କୁ ପୋଲସରା ଅଞ୍ଚଳର ଯୁବ ସମାଜସେବୀ ପ୍ରଭାକର ପଣ୍ଡା ଙ୍କ ତରଫରୁ ୧୫୦୦୦ ହଜାର ଟଙ୍କା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ ୫୦ କେ ଜି, ବିସ୍କୁଟ, ଖାତା ସହ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଏଥିସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ସହ ଶାନ୍ତ୍ବନା ଜଣାଇଛନ୍ତି ।