ଗଞ୍ଜାମ ରେ ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ୨ ସରପଞ୍ଚ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୧.୦୫.୨୦୨୦) – : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି । କରୋନା ଭାଇରସ ର ମୁକାବିଲା ପାଇଁ ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି । ଏହି କ୍ଷମତା ବଳରେ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତକୁ ସଟଡାଉନ୍‌ ଘୋଷଣା କରିଛନ୍ତି । ଗତକାଲି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତକୁ ସଟ୍ ଡାଉନ ଘୋଷଣା କରିଥିଲେ ସରପଞ୍ଚ ଶାନ୍ତିଲତା ନାୟକ ।

Comments (0)
Add Comment