ଡାକ୍ତରଙ୍କ କାନ କାମୁଡି ଦେଲେ ରୋଗୀଙ୍କ ସମ୍ପର୍କୀୟ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୦.୦୫.୨୦୨୦) – : ଆଜି ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଡାକ୍ତର ଏବଂ ରୋଗି ମୁହାଁମୁହିଁ ହୋଇଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ରୁ ପ୍ରକାଶ ଯେ ପ୍ରସୂତୀ ବିଭାଗରେ ଜଣେ ମହିଳା ଲେବର ରୁମ୍‌ରେ ଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟ ଭିତରକୁ ଯିବା ପାଇଁ ଅନୁମତି ମାଗିଥିଲେ। ହେଲେ ଲେବର ରୁମ୍‌କୁ ଯିବାପାଇଁ ଅନୁମତି  ପ୍ରଦାନ ଦେଇ ନ ଥିଲେ ଡାକ୍ତର ସକିଲ ଖାନ ।ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଡାକ୍ତରଙ୍କୁ ଆକ୍ରମଣ କରିବା ସହ  କାନକୁ କାମୁଡି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଅଭିଯୁକ୍ତକୁ ଫାଣ୍ଡିରେ ଅଟକ ରଖିଛି । ସଦର ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

Comments (0)
Add Comment