“ଫିଡ୍ ଦି ନିଡି” କାର୍ଯ୍ଯକ୍ରମ ଅନୁଯାୟୀ ଶୁଖିଲା ଖାଦ୍ଯ ବଣ୍ଟନ ଓ କରୋନାଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନକଲା ବିଜେପି।

ଖୋର୍ଦ୍ଧା (LR NEWS ତା ୦୮/୦୫) କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ କାରଣରୁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଓ ରାଜ୍ଯସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାମାନ ପ୍ରସ୍ତୁତ କରିଛନ୍ତି। ତଥାପି ଅନେକଲୋକ ବିଭିନ୍ନ କାରଣରୁ ଏଥିରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କୁ ଅନେକ ଅଗ୍ରଣୀ ସଂଗଠନ ମଧ୍ୟ ରନ୍ଧାଖାଦ୍ଯ ଓ ଶୁଖିଲାଖାଦ୍ୟ ଦେଇ ସହଯୋଗ କରୁଛନ୍ତି।

ଏହି ବିପତ୍ତିବେଳେ ଦେଶର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଙ୍କ ପଞ୍ଚସୂତ୍ରୀ କାର୍ଯ୍ଯକ୍ରମ ଆହ୍ବାନରେ “ଫିଡ୍ ଦି ନିଡି” ବା ଗରିବଙ୍କୁ ଅନ୍ନଦାନ ଯୋଜନା ଅନୁଯାୟୀ ଖୋର୍ଦ୍ଧା ନିର୍ବାଚନମଣ୍ତଳୀ ବିଜେପି ତରଫରୁ ସ୍ଥାନୀୟ କାଇପଦର ପଞ୍ଚାୟତରେ ଦୁଇଟି ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବିଜେପି ମଧ୍ୟଖୋର୍ଦ୍ଧା ମଣ୍ତଳର ସଭାପତି ଶ୍ରୀ ମାନସ ରଂଜନ ପଟନାୟକଙ୍କ ତତ୍ତ୍ବାବଧାନରେ କାଇପଦର ଏବଂ ଦଧିମାଛଗାଡିଆ ହରିଜନ ସାହିରେ ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ଯ ଶ୍ରୀ କାଳୁ ଖଣ୍ତେଇତରାୟ ଉପସ୍ଥିତରହି ଗରିବ ଲୋକମାନଙ୍କୁ ଚାଉଳ,ଡାଲି,ଚୂଡା,ଚିନି ଏବଂ ସାନିଟାଇଜର୍ ଭାବେ ପ୍ରତ୍ଯେକ ଲୋକଙ୍କୁ ସାବୁନ୍ ଆଦି ପ୍ରଦାନ କରିଛନ୍ତି। ରାଜ୍ଯ କୃଷକମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ଯକ୍ରମରେ ମଣ୍ତଳ ସାଧାରଣ ସମ୍ପାଦକ ରଂଜନ କୁମାର ବରାଳ,ଉପସଭାପତି ଅଶ୍ବିନୀ ସାମନ୍ତରାୟ,ଯୁବନେତା କିଶୋର ବରାଳ,ବିଶ୍ବଭୂଷଣ ପଟନାୟକ,ସନାତନ ପାତ୍ର,ପଞ୍ଚାୟତ ପ୍ରମୁଖ ଶ୍ରୀ ପଦ୍ମଚରଣ ମାନସିହଁ,ସହପ୍ରମୁଖ ବିଶ୍ବନାଥ ପାଇକରାୟ ଓ ସ୍ଥାନୀୟ ୱାର୍ଡମେମ୍ବର ଦ୍ବୟଙ୍କ ସମେତ ପ୍ରମୁଖ କାର୍ଯ୍ଯକର୍ତ୍ତାମାନେ ଉପସ୍ଥିତ ଥିଲେ।

ପରେ ପରେଶ୍ରୀ ଖଣ୍ତେଇତରାୟଙ୍କ ନେତୃତ୍ବରେ ଖୋର୍ଦ୍ଧା ସଦରଥାନାର ଅଧିକାରିଣୀ ଶ୍ରୀମତୀ ଅନିତା ସାହୁ ଏବଂ ଥାନାର ସମସ୍ତ ଅଧିକାରୀମାନଙ୍କୁ ସେମାନଙ୍କର ନିଃସ୍ବାର୍ଥପର ଓ ନିରବଛିନ୍ନ ସେବାପାଇଁ “କରୋନାଯୋଦ୍ଧା”ଭାବେ ଉପଢୌକନ ଓ କୃତଜ୍ଞତାପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।

Comments (0)
Add Comment