ସମୟ ସୁଅରେ
ବିତେ ଏ ଜୀବନ
ସୁଖ ଓ ଦୁଃଖରେ
ବିତିଯାଏ ଦିନ ।
ଭାଗ୍ୟ ଖେଳୁଛି
ଲୁଚକାଳି ଖେଳ
ଦିନ ପରେ ରାତି
ଗଡିଯାଏ ବେଳ ।
ସ୍ବାର୍ଥର ପୂଜାରୀ
ମଣିଷ ସାଜୁଛି
ସ୍ବାର୍ଥ ସରିଗଲେ
ପର ତ କରୁଛି ।
କାହିଁକି କେଜାଣି
ଏମିତି ହେଉଛି
ସବୁ ଜାଣିଶୁଣି
ମଣିଷ ହସୁଛି ।
ବିଧିର ବିଧାନ
କେ କରିବ ଆନ
ଅଜଥା ଯନ୍ତ୍ରଣା
ପାଉଛି ଏ ମନ ।
🌷ଲୋହିତ ମହାପାତ୍ର