ଖୋର୍ଦ୍ଧା (LR NEWS ତା୦୭/୦୫/) ସମ୍ପ୍ରତି ମହାମାରୀ “କରୋନା”ର ମୁକାବିଲା କରିବାପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ତ୍ବରିତ୍ ପଦକ୍ଷେପ ଗ୍ରହଣକରୁଛନ୍ତି। କରୋନାକୁ କାବୁ କରିବାପାଇଁ ତାଲାବନ୍ଦ,କର୍ଫ୍ୟୁ ଓ କଣ୍ଟେନମେଣ୍ଟଭଳି ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ସଂଘରୋଧ,ସ୍ବଛତା,ସାମାଜିକ ଦୂରତ୍ବ ଓ ସାନିଟାଇଜ୍ ଆଦି ସଚେତନତା କାର୍ଯ୍ଯକ୍ରମମାନ ହାତକୁ ନେଇଛନ୍ତି। ଏହିସବୁ କାର୍ଯ୍ଯକୁ ଯେଉଁମାନେ କ୍ରିୟାନ୍ବୟନ କରୁଛନ୍ତି,ସେମାନେ ଆଜି କରୋନାଯୋଦ୍ଧାଭାବେ ପରିଗଣିତ ହେଉଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି କରୋନାଯୋଦ୍ଧାମାନଙ୍କୁ ସେମାନଙ୍କର ନିଃସ୍ବାର୍ଥପର ଓ ନିରବଛିନ୍ନ ସେବାପାଇଁ ସମ୍ମାନୀତ କରିବାପାଇଁ ଆହ୍ବାନ ଦେଆଛନ୍ତି। ପ୍ରଶାସନିକ ଅଧିକାରୀ,ପୁଲିସ ଅଧିକାରୀ ଓ କର୍ମଚାରୀ,ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ,ସଫେଇ କର୍ମଚାରୀ,ଆଶା ଓ ଅଙ୍ଗନୱାଡି କର୍ମୀ,ଶିକ୍ଷକ,କୃଷକ ଓ ବିଶେଷକରି ନିଜକୁ ବିପଦମୁଁହକୁ ଠେଲିଦେଇ ଅହରହ ଖବରସଂଗ୍ରହ କରୁଥିବା ସାମ୍ବାଦିକଗଣ ଆଜି ପ୍ରକୃତ କରୋନାଯୋଦ୍ଧାଭଳି କାର୍ଯ୍ଯକରୁଛନ୍ତି।
ସେମାନଙ୍କର ସେବା ମନୋବଳ ଏବଂ ମନୋଭାବକୁ ଆହୁରି ଦ୍ବିଗୁଣିତ କରିବାପାଇଁ ବିଜେପି ପକ୍ଷରୁ ସାରାଦେଶରେ ସେମାନଙ୍କୁ କୃତଜ୍ଞତାଜ୍ଞାପନ କରାଯାଉଛି। ଏହି ମର୍ମରେ ଆଜି ଖୋର୍ଦ୍ଧା ନିର୍ବାଚନମଣ୍ତଳୀ ବିଜେପି ତରଫରୁ ବିଧାୟକ ପ୍ରାର୍ଥୀ ଶ୍ରୀ କାଳୁ ଖଣ୍ତେଇତରାୟଙ୍କ ନେତୃତ୍ବରେ ଖୋଦ୍ଧାର ଏଡିଏମ୍ ,ଏସପି,ଏଏସପି,ଡିଏସପି,ଉପଜିଲ୍ଲାପାଳ,ବିଡିଓ,ତହସିଲଦାର,ପୌରନିର୍ବାହୀ ଅଧିକାରୀ,ସିଡିଏମଓ,ଏଡିଏମଓ(ମେଡିକାଲ),ଆଦର୍ଶଥାନା ଅଧିକାରୀ ଓ କର୍ମଚାରୀ ଏବଂ କର୍ତ୍ତବ୍ଯରତ ସାମ୍ବାଦିକମାନଙ୍କୁ ସେମାନଙ୍କର ସେବାପାଇଁ ଉପଢୌକନ ଏବଂ କୃତଜ୍ଞତାପତ୍ର ପ୍ରଦାନ କରାଯାଇ “କରୋନାଯୋଦ୍ଧା”ଭାବେ ସମ୍ମାନୀତ କରାଗଲା।
ବିଜେପି ରାଜ୍ଯ କୃଷକମୋର୍ଚା ଉପସଭାପତି ଶ୍ରୀ ଶ୍ରୀରଂଜନ ମଂଗରାଜଙ୍କ ସଂଚାଳନାରେ ଆୟୋଜିତ ଉକ୍ତ କାର୍ଯ୍ଯକ୍ରମରେ ନଗର ସଭାପତି ଶ୍ରୀ ଲୋକନାଥ ପ୍ରଧାନ,ମଧ୍ୟ ମଣ୍ତଳ ସଭାପତି ଶ୍ରୀ ମାନସ ରଂଜନ ପଟନାୟକ, ସାଧାରଣ ସଂପାଦକ ଶ୍ରୀ ରଂଜନ କୁମାର ବରାଳ,ନଗର ସାଧାରଣ ସଂପାଦକ ଶ୍ରୀ ଅଭିମନ୍ୟୁ ଘଟୁଆଳ ଓ ତ୍ରିଲୋଚନ ଦାସ,ପୂର୍ବତନ କିଉନସିଲର୍ ଶ୍ରୀ ଅରବିନ୍ଦ ରାଉତରାୟ,ପୂର୍ବତନ ନଗର ସଭାପତି ଶ୍ରୀ ଗଗନ ମଲ୍ଲ,ସୂର୍ଯ୍ଯନାରାୟଣ ଦାଶ ଓ ଦେବବ୍ରତ୍ତ ଆଚାର୍ଯ୍ଯ,ନଗର ଉପସଭାପତି ଶ୍ରୀ ତ୍ରିନାଥ ମହାପାତ୍ର,କୋଷାଧକ୍ଷ ଶ୍ରୀ ସୁକାନ୍ତ କୁମାର ସାହୁ,ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ଜିତେନ୍ଦ୍ର ବେହେରା,ଯୁବନେତା ନିଖିଲ୍ ପ୍ରସାଦ ରାମ୍ ପ୍ରମୁଖ ଉପସ୍ଥିତ ଥିଲେ।