ସଂଗରୋଧ କକ୍ଷରେ ବିଶୃଙ୍ଖଳିତ ଆଚରଣ ନେଇ ୧୨ ଜଣଙ୍କ ବିରୋଧରେ ଦୁଇଟି ମାମଲା ରୁଜ୍ଜୁ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫.୦୫.୨୦୨୦) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ଜନତା ହାଇସ୍କୁଲ ଓ ରାଗପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା ଦୁଇଗୋଟି ସଂଗରୋଧ କକ୍ଷରୁ ସୁରଟ ଫେରନ୍ତା ମନଇଚ୍ଛା ଫାଟକ ଭାଙ୍ଗି ଶତାଧିକ ଲୋକ ବାହାରକୁ ଯାଇ ବିଶୃଙ୍ଖଳା କରିଥିବା ଅଭିଯୋଗରେ ୨ ଟି କେନ୍ଦ୍ରର ୧୨ ଜଣଙ୍କ ନାମରେ ୧୩୦ ଓ ୧୩୧ ନମ୍ବରରେ ଦୁଇଗୋଟି ମାମଲା ପୋଲିସ ପକ୍ଷରୁ ରୁଜ୍ଜୁ କରାଯାଇଥିବା ନେଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି । ଉଭୟ କେନ୍ଦ୍ରର ୬ ଜଣ ଲେଖାଏଁ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଏପିଡେମିକ ଏଣ୍ଡ ଡିଜିଜ ଆକ୍ଟ ଅନୁସାରେ ଧାରା ୧୮୮,୨୬୯,୨୭୦,୨୭୧,୨୯୪,୫୦୬,୩୪ ଆଇ ପି ସି ଲାଗୁ ହୋଇଥିବା ଜଣା ଯାଇଛି lପ୍ରଶାସନ ଓ ପୁଲିସ ପକ୍ଷରୁ ସମସ୍ତ ସୁରଟ ଫେରନ୍ତାଙ୍କ ପାଇଁ ଯଥାସମ୍ଭବ ସହଯୋଗ କରାଯାଉଥିବା ବେଳେ ଯେଉଁ ମାନେ ବିଶୃଙ୍ଖଳା ସ୍ରୁଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଏଣିକି ପୁଲିସ ଆକ୍ସନ ମୁଡ୍ ରେ ରହିବ ବୋଲି ଜଣାପଡିଛି l

Comments (0)
Add Comment