ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୦୩.୦୫.୨୦୨୦) – : ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରଥରୁ ଓଡିଶା ବସରେ ଫେରୁଥିବା ସମୟରେ ଗତକାଲି ରାତିରେ କଳିଙ୍ଗଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଗୁଡା ଏନ୍ଏସି ଅଞ୍ଚଳର ର ସନ୍ତୋଷ ସେଠୀ ଓ ବୁଗୁଡା ବ୍ଲକ ବରଡିପଲ୍ଲି ଗ୍ରାମର ଚିତ୍ତରଞ୍ଜନ ସେଠୀ ଦୁଇ ଜଣଙ୍କ ମୃତ୍ୟୁ ବରଣ ହୋଇଛି। ଆଜି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉକ୍ତ ଗ୍ରାମକୁ ଯାଇ ଶୋକ ସଂତପ୍ତ ଦୁଇ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।