ଗଞ୍ଜାମ, (ଟୁକୁନା ପ୍ରଧାନ, ୦୧.୦୫.୨୦୨୦) – : ପ୍ରବାସୀ ଓଡ଼ିଆଙ୍କୁ କିପରି ସଂଗରୋଧଗୃହ ରେ ରଖାଯିବ ଏବଂ ସରକାର ଙ୍କ କଣ ନିୟମାବଳୀ ରହିଛି ସେହି ବିଷୟରେ ଆଜି କୋଦଳା ଏନ୍ ଏ ସି ରେ ଅଙ୍ଗନବାଡି କର୍ମୀ, ଶିକ୍ଷକ, ଏନ୍ ଏ ସି କର୍ମକର୍ତ୍ତା, ଆଶା ଦିଦି, ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଶ୍ରୀ ପ୍ରଭାତ କୁମାର ପରିଡା ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।