ନୂଆଗଡ଼ ଠାରେ ମାସ୍କ , ସାବୁନ, ସାନିଟାଇଜର ବଣ୍ଟନ।

ଗଞ୍ଜାମ ,(ଟୁକୁନା ପ୍ରଧାନ , ୦୧.୦୫.୨୦୨୦) – : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ । ସେମାନେ ନିଜ କର୍ତ୍ତବ୍ୟ ସହ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ମାସ୍କ, ସାବୁନ, ଅତ୍ୟାବଶ୍ୟକ ସମାଗ୍ରୀ, ସାନିଟାଇଜର ବାଣ୍ଟିବା ସହ ସଚେତନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ସେହିପରି ବିଶ୍ଵ ଶ୍ରମିକ ଦିବସ ଅବସରରେ ଅଙ୍ଗାରଗାଁ ପଞ୍ଚାୟତ ବିଜୁ ଯୁବ ବାହିନୀ, ନୂଆଗଡ଼ ଗ୍ରାମର କିଛି ସ୍ଵେଚ୍ଛାସେବୀ ଯୁବକ, ଶିକ୍ଷକ, ରାଜନେତା, ତରଫରୁ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ଅଙ୍ଗାରଗାଁ ପଞ୍ଚାୟତ ର ନୂଆଗଡ଼ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଲୋକମାନଙ୍କୁ ମାସ୍କ, ସାବୁନ, ସାନିଟାଇଜର ଆଦି ବାଣ୍ଟିବା ସହ କରୋନା ଭାଇରସ ର ଭୟଭୟତା ଉପରେ ସଚେତନ କରିଥିଲେ ।

ଏଥିରେ ଯୁବ ସ୍ଵେଚ୍ଛାସେବୀ ବିଷ୍ଣୁ ପ୍ରସାଦ ସ୍ଵାଇଁ, ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ , ରାଜନେତା ନାରାୟଣ ସୁମନ୍ତରାୟ, ସ୍ଵେଚ୍ଛାସେବୀ ସୁଧାକର ମହାରଣା, ନାରାୟଣ ପ୍ରଧାନ, କୃଷ୍ଣଚନ୍ଦ୍ର ଭୂୟା,ନାରାୟଣ ବିଶ୍ଵାଳ, ବଳରାମ ମହାରଣା, ନନ୍ଦନ ଭୂୟାଁ, ଆରତ ବେହେରା, ଜିତେନ୍ଦ୍ର ପ୍ରଧାନ,ନାରାୟଣ ମହାରଣା, ବାବୁଲି ପ୍ରଧାନ, ରବିନ୍ଦ୍ର ସାହୁ, ତ୍ରିନାଥ ପ୍ରଧାନ, ବିଜୁ ଯୁବ ବାହିନୀ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସେଠି, ବିଜୁ ଯୁବ ବାହିନୀ ବ୍ଲକ ସଂଯୋଜକ ବିଭୂତି ପ୍ରଧାନ ସମେତ ଅନ୍ୟ ମାନେ ସାମିଲ୍ ଥିଲେ ।

Comments (0)
Add Comment