ଖୋର୍ଦ୍ଧା (LR News, ଟୁକୁନା ପ୍ରଧାନ, ୩୦.୦୪.୨୦୨୦) -: କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ , ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ କଡବ ଗାଁର ଯୁବ ସମାଜସେବୀ ଉମାକାନ୍ତ ପାଇକରାୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୬ ହଜାର ଟଙ୍କା ର ଏକ ଚେକ୍ ପ୍ରଦାନ କରିଛନ୍ତି। ତାଙ୍କର ଏଭଳି କାର୍ଯୟକ୍ରମ କୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।