ଖୋର୍ଦ୍ଧା(LR NEWS ୨୩/୪) ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୫ ଏପ୍ରିଲ୍ ରୁ ରମଜାନ ମାସ ମୁସଲିମ ଭାଇଭଉଣୀ ମାନଙ୍କ ର ପର୍ବ ଆରମ୍ଭ ହେବାକୁ ଯାଉଥିବାରୁ ଜିଲ୍ଲାର ମୌଲବୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସିତାଂଶୁ କୁମାାର ରାଉତ ଅଧ୍ୟକ୍ଷତା କରିଥିଲେ। ସମଗ୍ର ବିଶ୍ଵରେ କରୋନା ଭୁତାଣୁ କାୟା ବିସ୍ତାର କରିଛି ।ଏହି ସମୟରେ ଦେଶରେ ସରକାରଙ୍କ ଲକ୍ ଡାଉନ୍ ନିୟମ ଜାରି ରହିଥିବା ବେଳେ । ତାକୁ ମାନି ଚାଲିବାକୁ ଅନୁରୋଧ କରିଥିଲେ। ମସଜିଦ ବା ଅନ୍ୟ ସ୍ଥାନରେ ସମୂହ ନମାଜ ପାଠ କରାଯିବ ନାହିଁ।ସାମାଜିକ ଦୂରତା କୁ ଗୁରୁତ୍ବ ଦେବାକୁ କହିବା ସହିତ। ସମସ୍ତେ ନିଜ ନିଜ ଘରେ ସାମାଜିକ ଦୂରତା ରଖି ନମାଜ ପାଠ କରିପାରିବେ। ଏହି ସଭାରେ ଜିଲ୍ଲା ଆରକ୍ଷୀ ଅଧକ୍ଷକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।