ଆଦିବାସୀ ଅଧୁଷିତ ବାଦପଲ୍ଲୀ ଗ୍ରାମପଞ୍ଚାୟତର ଛକାସିଙ୍ଗ ଓ ଜାନୀଛକାସିଙ୍ଗ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି ଶୁଦ୍ଧ ପାନୀୟ ଜଳ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୨.୦୪.୨୦୨୦) :- ଆଦିବାସୀ ମାନଙ୍କ ପାଇଁ ସରକାର ମାଳମାଳ ଯୋଜନା କରିଥିଲେ ମଧ୍ୟ ସେସବୁ ଯେମିତି ସ୍ବପ୍ନ ପାଲଟି ଯାଇଛି ଆଦିବାସୀଙ୍କ ପାଇଁ। ଚାରିଆଡେ କରୋନା ର ଆତଙ୍କ ଦେଖା ଦେଇଥିବା ବେଳେ ଗ୍ରୀଷ୍ମ ପ୍ରବାହରେ ଶୁଦ୍ଧ ପାଣି ଟିକେ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧୁଷିତ ବାଦପଲ୍ଲୀ ଗ୍ରାମପଞ୍ଚାୟତର ଛକାସିଂ ଓ ଜାନୀଛକାସିଂ ଗ୍ରାମବାସୀ । ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କା ବସୁଧା ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ବ୍ୟୟବରାଦ ହେଉଥିବା ବେଳେ ସତେ ଯେମିତି ଶୁଦ୍ଧ ପାଣିର ସ୍ୱପ୍ନ ହେ।ଇଯାଇଛି ପାହାଡ଼ ଦେଶର ଆଦିବାସୀ ମାନଙ୍କ ପାଇଁ । ପାହାଡ ପାଦ ଦେଶରେ ଥିବା ଏହି ଗାଁ ର ଲୋକ ମାନେ ଗଛ ଉଠିଯାଇଥିବା ପୁରୁଣା କୂଅ ଯେଉଁଥିରୁ ମଇଳା ପାଣି ବାହାରେ ସେହି କୂଅ ଉପରେ ଭରଷା କରନ୍ତି । ଯେଉଁଥିରୁ ଖାଲି ଖରା ଦିନ ନୁହଁ ବର୍ଷା ଦିନେ ମଧ୍ୟ ଶୁଦ୍ଧ ପାଣି ଟିକେ ମିଳି ପାରେ ନାହିଁ । ଜାନୀଛକାସିଂ ରେ ଏଯାବତ ଗୋଟିଏ ନଳକୂପ ନିର୍ମାଣ ହୋଇଛି କିନ୍ତୁ ତାହାବି ଅଚଳ ହୋଇପଡ଼ିଛି । ପାଣି ପାଇଁ ଲୋକ ପାହାଡ଼ରୁ ଝରି ଆସୁଥିବା ଝରଣା ପାଣିକୁ ଅଟକାଇ ପିଉଛନ୍ତି ।

ଖାଲି ସେତିକି ନୁହଁ ପାଣି ପାଇଁ ଲୋକ ପାହାଡ଼ରୁ ଖାଲ ଢ଼େପ ରାସ୍ତା ଦେଇ ତଳକୁ ଆସି ପାଣି ଭାର ଧରି ପାହାଡ ଉପରକୁ ଉଠୁଛନ୍ତି । ସେପଟେ ଛକାସିଂ ରେ ୪ ଗୋଟି ନଳକୂପ ଥିଲେ ମଧ୍ୟ ସେହି ପାଣି ପିଇବା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ଗାଁ ଲୋକ । ଏହି ସମସ୍ୟା ବିଷୟରେ ସେମାନେ ସ୍ଥାନୀୟ ଲୋକ ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀ ଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ଏହାର ସମାଧନ ହୋଇପାରିନି । ସରକାରୀ ସହାୟତା ଅପେକ୍ଷାରେ ଛକାସିଂ ଓ ଜାନୀଛକାସିଂ ଗ୍ରାମବାସୀ । ଏ ବିଷୟରେ ଖଲ୍ଲିକୋଟ ବିଡ଼ିଓ ନବକୃଷ୍ଣ ଜେନାଙ୍କ ସହ ଯୋଗାଯୋଗ କରିବା ପରେ ସେ ଗୋଟିଏ ସପ୍ତାହ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦେଖା ଯାଉ ଏମାନଙ୍କ ପାଖରେ କେବେ ପହଞ୍ଚି ପାରୁଛି ସରକାରୀ ସହାୟତା ।

Comments (0)
Add Comment