ନିଆରା ମଣିଷ ପ୍ରଭାତ ପେସା ରେ ସାମ୍ବାଦିକ ନିଶା ରେ ସମାଜସେବା।

ଖୋର୍ଦ୍ଧା (LR News, ୨୧.୦୪.୨୦୨୦) – : କରୋନା ଭାଇରସ ପାଇଁ ଲକ୍ ଡାଉନ ଯୋଗୁଁ ବିଭିନ୍ନ ଦୋକାନ ବଜାର , ହୋଟେଲ ବନ୍ଦ ରହୁଥିବା ଫଳରେ ଜନସାଧାରଣ ଠାରୁ ବେଶୀ ହଇରାଣ ହେଉଛନ୍ତି ପଶୁପକ୍ଷୀ ମାନେ । ଖୋର୍ଦ୍ଧା ଅଞ୍ଚଳରେ କିଛି ଗାଈ ଗୋରୁ ଓ ବୁଲା କୁକୁର ମାନେ ଗୋଟିଏ ସ୍ଥାନ ରେ ବୁଲୁଥିବା ବେଳେ ଖୋର୍ଦ୍ଧାରେ କାର୍ଯ୍ୟରତ ସାମ୍ବାଦିକ ପ୍ରଭାତ ପ୍ରାଣିଗ୍ରାହି ସେମାନଙ୍କୁ ବିସ୍କୁଟ ଓ କୁଣ୍ଡା ଚୋକଡ୍ ଖାଇବାକୁ ଦେଇଥିଲେ ।

ଗାଈ ମାନେ ପ୍ରଭାତ ଙ୍କ ପାଖକୁ ଆସି ତାଙ୍କ ଠାରୁ ଖାଦ୍ୟ ନେଇ ଆନନ୍ଦ ରେ ଖାଉଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରଭାତ ପେଶାରେ ଜଣେ ସାମ୍ବାଦିକ ହୋଇଥିବା ବେଳେ ନିଶାରେ ଜଣେ ସମାଜସେବୀ ଅଟନ୍ତି । ବିଭିନ୍ନ ସମୟରେ ଚାଲିଚାଲି ଯାଉଥିବା ଲୋକଙ୍କୁ କେତେ ବେଳେ ଗାଡି କରି ନିଜ ଗାଁ ରେ ଛାଡିଛନ୍ତି ତ କେତେବେଳେ ଉପାସରେ ଥିବା ଲୋକ ପାଇଁ ଖାଇବା ବନ୍ଦବୋସ୍ତ କରିଛନ୍ତି । ଏବଂ ବେଳେ ବେଳେ କାହାର ମେଡିକାଲ ଯିବା ପାଇଁ ଅର୍ଥ ଅଭାବ ଥିଲେ ସେ ସେମାନଙ୍କ ଦୁଖଃ ସହି ନ ପାରି ନିଜର ସାମର୍ଥ୍ୟ ମୁତାବକ ସାହାଯ୍ଯ ସହଯୋଗ କରିଥିବା ର ନଜର କୁ ଆସିଛି । ଏହା ସାଙ୍ଗକୁ ବହୁ ଥର ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ମଧ୍ଯ ଅନ୍ୟ ର ଜୀବନ ବଞ୍ଚେଇଛନ୍ତି । ସେହିପରି ଖୋର୍ଦ୍ଧା ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ରହିଛି ବୋଲି ଜାଣିପାରି ସେ ସାତ ଜଣ ଲୋକ ଙ୍କୁ ନେଇ ନିଜେ ରକ୍ତ ଦାନ କରି ଥିବାରୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Comments (0)
Add Comment