ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୧.୦୪.୨୦୨୦) – :ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବୁଗୁଡା ଏନଏସି ବିଜୁ ଜନତା ଦଳର ଜନ ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୫୩,୦୦୦ ହଜାର ଟଙ୍କା ଓ କିଛି ବଦାନ୍ୟ ବ୍ୟକ୍ତି ୬୨,୦୦୦ ହଜାର ଟଙ୍କା ସମୁଦାୟ ୧,୧୫,୦୦୦ ଟଙ୍କା ଆର୍ଥିକ ସହାୟତା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ବୁଗୁଡା ବି ଡି ଓ, ତହସିଲଦାର ,ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।