ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୦.୦୪.୨୦୨୦) -: କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ , ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଆଜି ଗଂଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅଞ୍ଚଳର ଯୁବ ସମାଜସେବୀ ଆଲୋକ ବାରିକ ବ୍ଲକ ପରିସରରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଏବଂ ବି ଡି ଓ ବେଦବର ପ୍ରଧାନ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୧୫ ହଜାର ଟଙ୍କା ର ଏକ ଚେକ୍ ପ୍ରଦାନ କରିଛନ୍ତି ।