ଗ୍ରାମୀଣ ଡାକ ବିଭାଗ ର ସେବାପ୍ରଦାନ ସହ ସଚେତନତା କରୁଛନ୍ତି।

ଗଞ୍ଜାମ, (LR News, ୧୮.୦୪.୨୦୨୦) – : କରୋନା ମହାମାରୀ ର ମୁକାବିଲା ପାଇଁ ସମଗ୍ର ଦେଶ ଲଢେଇ ଜାରି ରଖିଥିବାବେଳେ ଜନସାଧାରଣ ଙ୍କ ପାଇଁ ଉତ୍ସାହ ର ସହିତ ନିରବଚ୍ଛିନ୍ନ ଭାବେ ସେବା ଯୋଗାଉଛି ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କର ଜରୁରୀକାଳୀନ ସେବା ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇପାରିଛି । ଜନସାଧାରଣ ଙ୍କ ଆର୍ଥିକ ସମସ୍ୟା କୁ ନଜରରେ ରଖି ସରକାରଙ୍କ ଦ୍ଵାରା ଦିଆ ଯାଉଥିବା ସହାୟତା ରାଶି କୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ମାଧ୍ୟମରେ ଟଙ୍କା ଦେଣନେଣ କରୁଛି ଡାକ ବିଭାଗ । ଆଜି ବ୍ରହ୍ମପୁର ଡାକ ମଣ୍ଡଳ ର ବରିଷ୍ଠ ଅଧିକ୍ଷକ ମହମ୍ମଦ ଜାଫର୍ ସମିଦ୍ଧି ଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଉତ୍ତର ଡାକ ଉପ ମଣ୍ଡଳ ସହକାରୀ ଡାକ ଅଧିକ୍ଷକ ବିଜୟ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ପୋଲସରା ଡ଼ାକ ଘର ଅନ୍ତର୍ଗତ ବୁଢ଼ାମ୍ବ ଶାଖା ଡ଼ାକ ଘର ଶାଖା ଡାକପାଳ ପି ଏଚ୍ ପାତ୍ର ଙ୍କ ଦ୍ଵାରା ଗ୍ରାମବାସୀ ମାନଙ୍କୁ ଅନ୍ୟ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ଟଙ୍କା ଉଠାଣ କରି ଦିଆ ଯାଇଥିଲା । ଏଥିସହିତ ଗ୍ରାମବାସୀ ମାନଙ୍କୁ କରୋନା ଭାଇରସ ବିଷୟରେ ସଚେତନତା କରିବା ସହିତ ମାସ୍କ ପିନ୍ଧିବା ପାଇଁ ଏବଂ ସାମାଜିକ ଦୂରତା ରକ୍ଷା ପାଇଁ କୁହଯାଇଥିଲା । ଡାକ ବିଭାଗ ର ଏଭଳି କାର୍ଯ୍ୟ ପାଇଁ ଗ୍ରାମବାସୀ ମାନେ ସାଧୁବାଦ ଜଣାଇଛନ୍ତି ।

Comments (0)
Add Comment