ବ୍ୟାଙ୍କ ଆଗରେ ସାମାଜିକ ଦୂରତା ଶିକ୍ଷା ଦେଲେ ତହସିଲଦାର ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୧୭.୦୪.୨୦୨୦) – : କରୋନା ଭାଇରସ ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଏବଂ ସଚେତନତା କରାଯାଉଥିବା ବେଳେ  ଏଥିନିମନ୍ତେ ସାରାଦେଶ ଲକ୍ ଡାଉନ କରାଯାଇଛି । ଏହାକୁ ପ୍ରତିହତ କରିବା ପାଈଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଗଞ୍ଜାମ ଜିଲ୍ଲାପାଳ ଏ ଦିଗରେ ଗୁରୁତ୍ଵ ଦେଉଥିବା ବେଳେ କିନ୍ତୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା,ବେଗୁନିଆପଡା ସ୍ଥିତ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ଏସ. ଛଚିନା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟାଙ୍କ୍ ମାନଙ୍କରେ ରେ ବହୁ ଲୋକ ସାମାଜିକ ଦୂରତା କୁ ଜମାରୁ ମାନୁ ନଥିବାର ଖବର ପ୍ରକାଶିତ ହେବା ପରେ ଆଜି ଏହି ସବୁ ବ୍ୟାଙ୍କ ଉପରେ କୋଦଳ।ତହସିଲଦାର ପ୍ରଭାତ କୁମାର ପରିଡ଼ା ଚଢ଼ାଉ କରି ଲୋକମାନଙ୍କୁ ସଚେତନ ବାର୍ତା ଦେବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହ ମାସ୍କ ବ୍ୟବହାର କରିବା ପାଇଁ କହିଥିଲେ । ଏଥି ସହିତ ଏ ସମସ୍ତ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ କହିଥିଲେ। ଲୋକମାନକୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ କହିବା ସତ୍ତ୍ଵେ ମଧ୍ଯ ଲୋକ ମାନେ ସୁରକ୍ଷା କର୍ମୀ ଙ୍କ କଥାକୁ ମାନୁନାହାନ୍ତି ବୋଲି ମ୍ୟାନେଜର କହିଥିଲେ । ସମଦୁରତା ମୁହଁକୁ ଘୋଡ଼ାଇ ରଖିବା ପ୍ରତି ଅବମାନନା କଲେ ସେମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ନାହିଁ ବୋଲି ତହସିଲଦାର କହିବା ସହ ନିଜେ ଲୋକମାନଙ୍କୁ ଲାଇନ କରି ଠିଆ କରାଇଥିଲେ। ତହସିଲଦାର ହ ଶ୍ରି ପରିଡା ଗଲା ପରେ ଯଥା ପୂର୍ବ ତଥା ପରମ ନ୍ୟାୟ ରେ ଯୋଉ ଗହଳି କୁ ସେହି ଗହଳି ।

Comments (0)
Add Comment