କରୋନା ସମୟରେ ନିଜ ଗାଁ ସଫା ପାଇଁ ଉଦ୍ୟମ କରିବା ସହ ମାସ୍କ ତିଆରି ଓ ବଣ୍ଟନରେ ବ୍ୟସ୍ତ ‘ଦେବାଶିଷ।

ଗଞ୍ଜାମ (LR NEWS, ଟୁକୁନା ପ୍ରଧାନ, ୧୬.୦୪.୨୦୨୦) – : କରୋନା ମୁକାବିଲା କରିବା ପାଇଁ ପୁଲିସ, ପ୍ରଶାସନ ସମେତ ସମସ୍ତ ସଚେତନ ନାଗରିକ ଦମ୍ ଲଗାଇ ଚେଷ୍ଟା ଜାରି ରଖିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ଲଚ୍ଛିପୁର ଗ୍ରାମର ଯୁବକ ‘ଦେବାଶିଷ’ କରୋନା ଯୁଦ୍ଧରେ ନିଜକୁ ସାମିଲ କରିବା ସହ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ‘ମୋ ଗାଁ କରୋନା ମୁକ୍ତ’ ହେବା ପାଇଁ ସ୍ଲୋଗାନ୍ ଦେଇ ବିଭିନ୍ନ କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି l ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗାଁ ରାସ୍ତା ପାର୍ଶ୍ଵରେ ଅଳିଆ ଆବର୍ଜନା କୁ ସଫା କରିବା ସହ ସେ ସବୁକୁ ନିଆଁରେ ପୋଡି ଆବର୍ଜନା ସଫା କରିବା ପରେ ସନ୍ଧ୍ଯାରେ ବସି ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟଛନ୍ତି l

ଖାଲି ସେତିକି ନୂହେଁ ବୁଲା କୁକୁରଙ୍କୁ ମଧ୍ୟ ଖାଦ୍ୟ ଦେବା ସହ ନିକଟସ୍ଥ ମାଟିଆ ସାହିକୁ ଯାଇ ଲୋକଙ୍କୁ ସଚେତନତା ସୃଷ୍ଟି କରନ୍ତି l ଏହି କାର୍ଯ୍ୟରେ ଉକ୍ତ ଗ୍ରାମର ଯୁବକ କୈଳାଶ ସାହୁ, ପ୍ରଶାନ୍ତ ପରିଡା ଓ ବାବୁଲା ସାହୁ ପ୍ରମୁଖ ସହଯୋଗ କରନ୍ତି l ସମସ୍ତଙ୍କ ଚେଷ୍ଟା ହେଲା କରୋନା କୁ ହରାଇବା l

Comments (0)
Add Comment