ଗଞ୍ଜାମ, (LR News, ଟୁକୁନା ପ୍ରଧାନ,୧୬. ୦୪.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପୋଲସରା ବ୍ଲକ ବିଜୁ ଜନତା ଦଳର ପ୍ରତିନିଧି ମାନେ କରୋନା ଭାଇରସ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୧,୨୧,୦୦୦ ଟଙ୍କା ଓ କିଛି ବଦାନ୍ୟ ବ୍ୟକ୍ତି ୮୫,୦୦୦ ଟଙ୍କା ଆର୍ଥିକ ସହାୟତା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ପୋଲସରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ ଏବଂ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।