ଖୋର୍ଦ୍ଧା (LR NEWS ୧୩.୦୪.୨୦୨୦) – : ଆଜି ଖୋର୍ଦ୍ଧାର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ମନ୍ମଥ କୁମାର ମିଶ୍ର ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶାନ୍ତୁନ୍ ମହାନ୍ତି ଙ୍କ ଜରିଆରେ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସମାଜ ସେବୀ ଲୋହିତ ନାରାୟଣ ମହାପାତ୍ର ଓ ବିଶିଷ୍ଟ ସମାଜସେବୀ ଅଜୟ ମହାନ୍ତି ଉପସ୍ଥିତ ଥିଲେ।
ଶ୍ରୀଯୁକ୍ତ ମିଶ୍ର ଜଣେ ପରୋପକାରୀ ବନ୍ଧୁ ଓ ଭଲ ସମାଜ ସେବୀ। ସେ ଅସହାୟ ଓ ଦୁଃଖୀ ଲୋକଙ୍କର ସାଥୀ ହୋଇ ବଞ୍ଚିବାକୁ ପସନ୍ଦ କରନ୍ତି। ଏହି ଲଗ୍ ଡାଉନ୍ ସମୟର ସେ ଗୋରୁ ଗାଈମାନଙ୍କୁ ଓ ବୁଲା କୁକୁରଙ୍କୁ ପ୍ରତିଦିନ ବୁଲି ଖାଦ୍ୟ ଦେଇଥାନ୍ତି ।ତାଙ୍କର ଏହି କାର୍ଯ୍ୟ ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି।