କୋଦଳା , ( LR NEWS ଟୁକୁନା ପ୍ରଧାନ, ୧୧.୦୪.୨୦୨୦) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାନଉସ୍ତାପଡା ଗ୍ରାମପଂଚାୟତ କ.ରାଣୀପଡ଼ା ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କ .ରାଣୀପଡ଼ା ଗ୍ରାମରେ ମୋଟ ୨୦୨ପରିବାର ର ୮୨୦ ଜଣଙ୍କ ତଥ୍ୟ ଲିପିବନ୍ଧ କରାଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ମହୀମୁନ ନିଶା ବେଗମ ଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷକ ପୁର୍ନେନ୍ଦୁ କୁମାର ମହାନ୍ତି ସମେତ ଅଙ୍ଗନୱାଡି କେନ୍ଦ୍ର ୧ ଦାୟିତ୍ୱ ରେ ଥିବା କର୍ମୀ ଶ୍ରୀମତୀ ସୁକାନ୍ତି ମହାପାତ୍ର ଓ ଆଶା କର୍ମୀ ଶ୍ରୀମତୀ ଟୁନା ସ୍ୱାଇଁ ଏବଂ ଅଙ୍ଗନୱାଡି ସହାୟକା ଡମୁନ ନାହାକ ସମସ୍ତ ଘରକୁ ଯାଇ ସାମାଜିକ ଦୂରତା ପାଳନ କରି ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଲିପିବନ୍ଧ କରିବା ସହ ସଚେତନତା ସୃଷ୍ଟି କରିଥିଲେ l