କରୋନା ସହାୟତା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନୟାଗଡ଼ ବନଖଣ୍ଡ ତରଫରୁ ସହାୟତା ପ୍ରଦାନ।

ନୟାଗଡ (LR News, ୧୦.୦୪.୨୦୨୦ ) ସାରା ଦେଶ ଓ ରାଜ୍ୟ ବର୍ତ୍ତମାନ କରୋନା ର ଜ୍ବାଳାରେ ଭୟଭୀତ ଥିବା ବେଳେ ୨୧ ଦିନ ଧରି ଚାରି ଆଡ଼େ ଲକ୍ ଡାଉନ୍ ଜାରି ହୋଇଛି । ଲକ୍ ଡାଉନ୍ କୁ ନେଇ ଦେଶ ତଥା ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦାବସ୍ଥା କୁ ଗତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସମେତ ବିଧାୟକ ,ବଦାନ୍ୟ ବ୍ୟକ୍ତି ବିଶେଷ, ବଡ଼ବଡ଼ କମ୍ପାନୀ ଏବଂ ସରକାରୀ ଅଧିକାରୀ ମାନେ ନିଜେ ନିଜର ଦରମା ପ୍ରଦାନ କରିଛନ୍ତି । ଏଥିରେ ଅନୁପ୍ରାଣିତ କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛାରେ ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଛନ୍ତି ।ସେହିଭଳି ଆଜି କରୋନା ସହାୟତା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ସହାୟତା ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୬୫ହଜାର ୭୦୦ ଟଙ୍କା ପ୍ରଦାନ କରିଛନ୍ତି । ଏହି ମହାନ କାର୍ଯ୍ୟ ପାଇଁ ବହୁ ବୁଦ୍ଧିଜୀବି, ସଚେତନ ନାଗରିକ, ରାଜନୈତିକ ନେତୃବୃନ୍ଦ ଏବଂ ସାମାଜିକ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ପ୍ରଦାନ ସହ ସାଧୁବାଦ ଜଣାଇଛନ୍ତି ।ସାରା ଦେଶ ଓ ରାଜ୍ୟ ବର୍ତ୍ତମାନ କରୋନା ର ଜ୍ବାଳାରେ ଭୟଭୀତ ଥିବା ବେଳେ ୨୧ ଦିନ ଧରି ଚାରି ଆଡ଼େ ଲକ୍ ଡାଉନ୍ ଜାରି ହୋଇଛି । ଲକ୍ ଡାଉନ୍ କୁ ନେଇ ଦେଶ ତଥା ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦାବସ୍ଥା କୁ ଗତି କରୁଥିବା ବେଳେ । ନୟାଗଡ଼ ବନଖଣ୍ଡ ଅଧିକାରୀ ଡି. ଧନାରାଜ୍ ଧର୍ମେନ୍ଦ୍ର, ସହକାରୀ ବନ ସଂରକ୍ଷକ ଅରବିନ୍ଦ ମହାନ୍ତି, ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ରାଉତ, ବନାଞ୍ଚାଳ ଅଧିକାରୀ ଶୁଶାନ୍ତ କୁମାର ସ୍ବାଇଁ ଓ ବଡ଼ ବାବୁ ସୁବାସ ଚନ୍ଦ୍ର ମହାରାଜା ଜିଲ୍ଲାପାଳଙ୍କ imergency ଅଫିସର ଙ୍କ ଜରିଆରେ ଅର୍ଥ ରାଶି ପ୍ରଦାନ କରିଛନ୍ତି ।

Comments (0)
Add Comment