ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) – : ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ରେ ବ୍ୟାପକ ଚୋରା ମଦ କାରବାର ଚାଲିଛି । ଉକ୍ତ ଗ୍ରାମ ର ଯୁବକ ସଂଘ ର ସଦସ୍ୟ ମାନଙ୍କ କହିବା ଅନୁସାରେ ଲୁଚେଇ ଚପେଇ କିଛି ବ୍ୟକ୍ତି ମାନେ ଆଜକୁ ପ୍ରାୟ ବହୁ ଦିନ ହେଲାଣି ଏହି କାରବାର କରୁଛନ୍ତି । ଆଜି ଖବର ପାଇ ଗ୍ରାମ୍ୟ କମିଟି ର ସଭାପତି, ସମ୍ପାଦକ, ସଦସ୍ୟ ମାନେ,ଏବଂ ଯୁବକ ସଂଘ ର ସଭାପତି ପ୍ରବିଣ ସ୍ଵାଇଁ ଓ ଉପ ସଭାପତି ଲଳିତ ସ୍ଵାଇଁ ସମେତ ସମସ୍ତ ସଦସ୍ୟମାନେ ଗାଁ ରେ ବୁଲି ବୁଲି ଉକ୍ତ ବେପାରୀ ମାନଙ୍କୁ ମଦ ନ ବିକିବା ପାଇଁ ତାଗିଦ୍ କରିଥିଲେ । ଏଥିସହିତ ଯୁବକ ସଂଘ ର ସଦସ୍ୟମାନେ ଗଣମାଧ୍ୟମ ମାଧ୍ୟମ ରେ ଦାବୀ କରିଛନ୍ତି ଯେ ଏ ଦିଗରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ।