ଗରିବ, ନିରାଶ୍ରୟ, ଦିନମଜୁରିଆମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ।

ଖୋର୍ଦ୍ଧା ( LR NEWS,୮/୪ ): ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଅନେକ ଗରିବ, ନିରାଶ୍ରୟ, ଦିନମଜୁରିଆମାନେ ଖାଦ୍ୟ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ଅସହାୟ, ବୃଦ୍ଧାବୃଦ୍ଧ ଏବଂ ଗୋରୁଙ୍କ ମୁଖରେ ଦାନା ଲାଗି ଅଣ୍ଟା ଭିଡିଛନ୍ତି ଖୋର୍ଦ୍ଧା ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ।

ନିଜସ୍ବ ପ୍ରଚେଷ୍ଟାରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ପ୍ରଦାନ କରୁଛନ୍ତି। ଖୋର୍ଦ୍ଧା ବିକାଶ ପରିଷଦ ପକ୍ଷରୁ ସହରରେ ଦୈନିକ ୨ଶହ ଜନସାଧାରଣଙ୍କୁ ରନ୍ଧାଖାଦ୍ୟ ସହ ବୁଲା ଗୋରୁଙ୍କୁ କୁଣ୍ଡା, ଚୋକଡ, ପରିବା ଚୋପା ସଂଗ୍ରହ କରି ଦେଉଛନ୍ତି। ପରିଷଦର ବରିଷ୍ଠ କର୍ମକର୍ତ୍ତା ଶକ୍ତିଶଙ୍କର ମିଶ୍ର, ଦୟାନିଧି ରାଉତରାୟ, ମିହିର ବିଧାର, ନିକୁଞ୍ଜ ପଟ୍ଟନାୟକ, ଶୋଭନ ଶେଖର ଘୋଷ, ସୁବାସ ଆଚାର୍ଯ୍ୟ, ମନ୍ମଥ ମିଶ୍ର, ନନ୍ଦିଘୋଷ ଟିଭି ର ଜିଲ୍ଲା ପ୍ରତିନିଧି ତଥା ବିଶିଷ୍ଟ ସମାଜ ସେବୀ ସୁଭାଂଶୁ ଶେଖର ସାମନ୍ତରାୟ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି।

Comments (0)
Add Comment