ଗଞ୍ଜାମ, (LR News, ୦୭.୦୪.୨୦୨୦) – : ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ବେଗୁନିଆପଡ଼ା ପରିଦର୍ଶନ ସମୟରେ ବେଗୁନିଆପଡା ସ୍ଥିତ ତ୍ରିପତି ମୋଟର୍ସ ର ମାଲିକ ତ୍ରିପତି ନାୟକ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକତିରିସି ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏଥିସହିତ ସୁରେନ୍ଦ୍ର ପ୍ରସାଦ ଗୌଡ଼ଙ୍କ ଦଶମ ଶ୍ରେଣୀର ଝିଅ ସୁମିତ୍ରା ଗୌଡ଼ ମୁଦପେଢିରେ ସଂଚିତ ଅର୍ଥକୁ ପେଢ଼ି ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲାପାଳ ଙ୍କୁ ଭେଟି ପ୍ରଦାନ କରିଥିଲେ ।ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଞ୍ଜୟ କୁମାର ସାହୁ, ସରପଞ୍ଚ ଅରୁଣ କୁମାର ମାଝୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।