ଏନ୍ଏସି ଓ ଅଗ୍ନୀଶମ ବିଭାଗ ପକ୍ଷରୁ କ୍ଲୋରିନ ଓ ବ୍ଲିଚିଙ୍ଗ ସିଞ୍ଚନ।

ଗଞ୍ଜାମ, (LR News, ୦୬.୦୪.୨୦୨୦) – : ଗଞ୍ଜାମ ଜିଲ୍ଳା କୋଦଳା ଏନ୍ ଏ ସି ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଏନ୍ଏସି କର୍ତ୍ତୃପକ୍ଷ ଏବଂ ଓଡିଶା ଅଗ୍ନିଶମ ବିଭାଗ ଦ୍ୱାରା କୋରନା ଭୁତାଣୁ ର ସଂକ୍ରମଣ ରୋକିବା ପାଇଁ ଚାଲିଛି ସାନିଟାଇଜ ବ୍ୟବସ୍ଥା l ସମଗ୍ର ସହର ଏବଂ ଗଳିକନ୍ଦି ରେ କ୍ଲୋରିନ୍ ଯୁକ୍ତ ପାଣି ଓ ବ୍ଲିଚିଙ୍ଗ ପାଣି ସିଞ୍ଚନ କରାଯାଉଛି । ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଉପସ୍ଥିତି ରେ ଏବଂ ଅଗ୍ନୀଶମ ବିଭାଗ ଅଧିକାରୀ ସୂର୍ଯ୍ୟ କୁମାର ହେମ୍ବ୍ରମ ଙ୍କ ନେତୃତ୍ଵରେ ରେ ଅଗ୍ନୀଶମ କର୍ମଚାରୀ ସମସ୍ତ ରାସ୍ତା ରେ କ୍ଲୋରିନ ଓ ବ୍ଲିଚିଙ୍ଗ ମିଶ୍ରିତ ପାଣି ସିଞ୍ଚନ କରିଥିଲେ । ଏହାକୁ ଏନଏସି କନିଷ୍ଠ ସଫେଇ ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି , କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ,ସ୍ୱପ୍ନ କୁମାର ସାହୁ ତଦାରଖ କରୁଛନ୍ତି ।ଏହାକୁ ନେଇ ଏନ୍ ଏ ସି ବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ଏହି ବ୍ୟବସ୍ଥା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

Comments (0)
Add Comment