କୋଦଳା ପୋଲିସ ତରଫରୁ ଜୋରିମାନା ଆଦାୟ।

ଗଞ୍ଜାମ, (LR News, , ୦୬.୦୪.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ଦ୍ୱାରା ଲକ୍ ଡାଉନ ସମୟ ରେ ବଜାର କୁ ଆସିଥିବା କିଛି ଅମାନିଆ ବାଇକ ଚାଳକ ମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବାର ନଜର କୁ ଆସିଛି । କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ କହିବା ମୁତାବକ ଏହି ବାଇକ ଚାଳକ ମାନେ ବିନା କାମରେ ଲକ୍ ଡାଉନ ନିୟମ ଭାଙ୍ଗି ବଜାରକୁ ଆସିଥିଲେ । ମୋଟ ୧୪ ଜଣ ବାଇକ ଆରୋହୀଙ୍କ ଠାରୁ ୭ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଏଥିରେ ଏସ୍ ଆଇ ଅନିଲ କୁମାର ସାହୁ, ବିଘ୍ନେଶ୍ୱର ସାହୁ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment