ଭିଡିଓ କନଫରରେନସିଙ୍ଗ୍ ଜରିଆରେ ସ୍ଥାନୀୟ “ସମ୍ ହସପିଟାଲ୍’ରେ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କରିଛନ୍ତି ।

ଭୁବନେଶ୍ୱର: (LR NEWS୬/୪) ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରରେନସିଙ୍ଗ୍ ଜରିଆରେ ସ୍ଥାନୀୟ “ସମ୍ ହସପିଟାଲ୍’ରେ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନସିଙ୍ଗ୍ ମାଧ୍ୟମରେ ଏହି ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

“ଆଇଏମଏସ୍’ ଓ “ସମ୍’ର ମିଳିତ ଉଦ୍ୟମରେ ଏହି କୋଭିଡ୍-୧୯ ହସପିଟାଲରେ ୫୦୦ ରୋଗୀଙ୍କ ନିମନ୍ତେ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

ଅପରପକ୍ଷରେ ରାଉରକେଲାରେ ଥିବା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ ବି କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ୧୯ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Comments (0)
Add Comment