ଗଞ୍ଜାମ, (LR News, ୦୫.୦୪.୨୦୨୦) – : ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ଅନ୍ତର୍ଗତ ମାଟିଆସାହି ଗ୍ରାମ କରୋନା ହଟସ୍ପଟ ଘୋଷଣା ହୋଇଛି । ସେହି ଗ୍ରାମକୁ ସିଲ୍ କରିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହି ଗ୍ରାମକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଗୋଳନ୍ଥରା ଆଇଆଇସିଙ୍କୁ ଅସ୍ଥାୟୀ ଚେକପୋଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଭୁବନେଶ୍ୱରର ବମିଖାଲ ଅଞ୍ଚଳରୁ ଏହି ସାହିକୁ ପ୍ରାୟ ପାଖାପାଖି ୧୩୦ ଜଣ ଶ୍ରମିକ ଆସିଥିଲେ । ଗାଁ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ପତ୍ର ପ୍ରଶାସନ ପହଞ୍ଚାଇବ ବୋଲି ସୂଚନା ମିଳିଛି ।