ଖଣ୍ଡିଆନଇ ପଞ୍ଚାୟତ ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୨.୦୪.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ବୃଦ୍ଧ, ବୃଦ୍ଧା ଏବଂ ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଘୋଷଣା କରିଥିଲେ। ବେଗୁନିଆପଡା ବ୍ଲକ ରପ୍ରତି ପଂଚାୟତ ରେ  ଏହି ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଥିବା ବେଳେ । ଖଣ୍ଡିଆନଇ ପଞ୍ଚାୟତ ରେ ମଧ୍ଯ ଏହି କାର୍ଯ୍ୟକ୍ରମ ଚାଲିଛି । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ରୋଷେଇ କରିଥିଲେ ।ଏଥିରେ ସରପଞ୍ଚ ଓ ପଂଚାୟତ କାର୍ଯ୍ୟ ନିର୍ବ।ହୀ ଅଧିକାରୀ , ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ, ଅର୍ଦ୍ଧେନ୍ଦୁ ପଟ୍ଟନାୟକ ସମେତ ଓ କର୍ମଚାରୀ ଓ ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ରହିବା ସହ ସହଯୋଗ ମଧ୍ଯ କରିଥିଲେ ।

Comments (0)
Add Comment