ଖୋର୍ଦ୍ଧା(LR NEWS ୨/୪/୨୦) ଖୋର୍ଦ୍ଧା ବ୍ଲକ ମଲ୍ଲୀପୁର ପଞ୍ଚାୟତ ର ଆଗ୍ରହୀ ଯୁବକ ମାନେ ପଞ୍ଚାୟତ ର ନିରାଶ୍ରୟ ,ବିଧବା ଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରୁଛନ୍ତି। ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ମଲ୍ଲିପୂର୍ ପଞ୍ଚାୟତରେ ଯୋଗ୍ୟ ବିବେଚିତ ପଞ୍ଚାୟତ ର ନିରାଶ୍ରୟ ,ବିଧବା ଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରୁଛନ୍ତି। ମହିଳାଙ୍କ ଘରକୁ ଯାଇ ଶୁଖିଲା ଖାଦ୍ୟ ପରିବେଷଣ କରିଥିବା ଜଣାପଡ଼ିଛି ।
ହିତାଧିକାରୀଙ୍କ ଘରକୁ ଯାଇ ଏକ ମାସ ନିମନ୍ତେ ଶୁଖିଲାଖାଦ୍ୟ ଯଥା ଚାଉଳ , ଡାଲି , ଦେବା ସହ ପରିବାର ସହିତ କରୋନା ସମ୍ପର୍କ ରେ ଆଲୋଚନା କରି ସେମାନେ ଏଥିରେ ଭୟଭୀତ ନ ହୋଇ ନିଜେ ପରିଷ୍କାର ପରିଛନ୍ନ ରହି ବାରମ୍ବାର ସାବୁନ ଓ ହେଣ୍ଡୱାଶରେ ହାତ ଭଲଭାବେ ଧୋଇବାକୁ ପରାମର୍ଶ ଦେଇଥିଲେ ।
ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ , ତା ସହିତ ଅନ୍ୟ ରାଜ୍ୟ ରୁ ଯଦି ନିଜ ପରିବାର ର କେହି ଆସନ୍ତି ସେମାନଙ୍କୁ ମେଡିକାଲ ନେଇ ପରିକ୍ଷା କରାଇ ନେବାକୁ କହିଥିଲେ । ଯଦି କୌଣଷି କାମ ନାହିଁ ତାହାହେଲେ ବାହାରକୁ ନ ଜିବା ପାଇଁ କହିବା ସହିତ କାଶିବା ସମୟ ରେ ମୁହଁ ରେ ମାସ୍କ କିମ୍ବା ରୁମାଲ ଘୋଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।ଏହି ମହାମାରୀ କରୋନା କୁ ନେଇ ଭୟଭୀତ ନ ହୋଇ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ ରହିବାକୁ କହିଥିଲେ ।