ଖୋର୍ଦ୍ଧାରେ ଶିଶୁ , ଗର୍ଭବତୀ ଓ ପ୍ରସୂତି ଙ୍କ ଘର ଘର ଯାଇ ଖାଦ୍ୟ ପରସିଲେ ଅଙ୍ଗନବାଡି କର୍ମୀ।


ଖୋର୍ଦ୍ଧା (LR NEWS ୧/୪/୨୦) ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ଗତକାଲି ଖୋର୍ଦ୍ଧା ବ୍ଲକ କୋଣାର୍କ ନଗର ର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ୍ୟ ବିବେଚିତ ଶିଶୁ , ପ୍ରସୁତୀ ଓ ଗର୍ଭବତୀ ମହିଳାଙ୍କ ଘରକୁ ଯାଇ ଶୁଖିଲା ରନ୍ଧାଖାଦ୍ୟ ପରିବେଷଣ କରିଥିବା ଜଣାପଡ଼ିଛି । ଅଙ୍ଗନବାଡି କର୍ମୀ , ସହାୟିକା , ସାହି ର ହିତାଧିକାରୀଙ୍କ ଘରକୁ ଯାଇ ଦୁଇ ସପ୍ତାହ ନିମନ୍ତେ ଶୁଖିଲାଖାଦ୍ୟ ଯଥା ଚାଉଳ , ଡାଲି , ପରିବା , ଅଣ୍ଡା ଓ ସକାଳ ଜଳଖିଆ ପାଇଁ ଚୁଡାମୁଆଁ ଦେବା ସହ ପରିବାର ସହିତ କରୋନା ସମ୍ପର୍କ ରେ ଆଲୋଚନା କରି ସେମାନେ ଏଥିରେ ଭୟଭୀତ ନ ହୋଇ ନିଜେ ପରିଷ୍କାର ପରିଛନ୍ନ ରହି ବାରମ୍ବାର ସାବୁନ ଓ ହେଣ୍ଡୱାଶରେ ହାତ ଭଲଭାବେ ଧୋଇବାକୁ ପରାମର୍ଶ ଦେଇଥିଲେ ।

ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ , ତା ସହିତ ଅନ୍ୟ ରାଜ୍ୟ ରୁ ଯଦି ନିଜ ପରିବାର ର କେହି ଆସନ୍ତି ସେମାନଙ୍କୁ ମେଡିକାଲ ନେଇ ପରିକ୍ଷା କରାଇ ନେବାକୁ କହିଥିଲେ । ଯଦି କୌଣଷି କାମ ନାହିଁ ତାହାହେଲେ ବାହାରକୁ ନ ଜିବା ପାଇଁ କହିବା ସହିତ କାଶିବା ସମୟ ରେ ମୁହଁ ରେ ମାସ୍କ କିମ୍ବା ରୁମାଲ ଘୋଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ ।ଏହି ମହାମାରୀ କରୋନା କୁ ନେଇ ଭୟଭୀତ ନ ହୋଇ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ ରହିବାକୁ କହିଥିଲେ ।

Comments (0)
Add Comment