ଗଞ୍ଜାମ, (LR News, , ୩୧.୦୩.୨୦୨୦) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳl ଗ୍ରାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦେଶୀ ମଦ ଜବତ କରି ମଦ ବେପାରୀଙ୍କୁ ପୁଲିସକୁ ଜିମା ଦେଇଛନ୍ତି l ଗତ ୨ ମାସ ତଳେ ଏହି ଗ୍ରାମରେ ମଦ ବନ୍ଦ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ସବୁ ସାହି ପରିକ୍ରମା କରି ମଦ ବିରୋଧୀ ସ୍ଲୋଗାନ୍ ଦେଇ ଗୋଟିଏ ଦିନ ପରେ ବହୁ ଦେଶୀ ମଦ ଜବତ କରିଥିବା ବେଳେ ଆଜି ପୁଣି ସେହି ମହିଳା ଗୋଷ୍ଠୀ ପୁଣି ଦେଶୀ ମଦ ଜବତ କରି ଦୁଇ ମଦ ବେପାରୀଙ୍କୁ ଧରି ବେଗୁନିଆପଡ଼ା ପୁଲିସକୁ ଖବର ଦେବାପରେ ପୁଲିସ ପହଂଚି ମଦ ଓ ବେପାରୀଙ୍କୁ ନେଇ ଯାଇଛି l